ଅଭିଯୋଗକାରିଣୀ ଅର୍ଚ୍ଚନା ସାହୁଙ୍କ ଲିଖିତ ରିପୋର୍ଟ ଆଧାରରେ, ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସାଦିକୁଲ ଇସଲାମ ଓରଫ ଗାଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ତା ୨୨.୦୪.୨୦୨୫ ସନ୍ଧ୍ୟା ୦୫.୩୫ ରୁ ୦୫.୫୫ ମଧ୍ୟରେ, ଅଭିଯୋଗକାରିଣୀ ୟୁନିଟ୍-୩ର ଖଣ୍ଡିଆ ପାର୍କ ଆଡକୁ ବୁଲିବାକୁ ଯାଉଥିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ସାମ୍ନା ପାର୍ଶ୍ୱରୁ କଳା ହେଲମେଟ୍ ପିନ୍ଧି ନମ୍ବର ପ୍ଲେଟ୍ ନଥିବା ଏକ ଲାଲ ରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟିରେ ଆସି ତାଙ୍କ ବେକରୁ ପ୍ରାୟ ୧୨ ଗ୍ରାମ ଓଜନର ସୁନା ଚେନ୍ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ସଂପର୍କରେ ସେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ତଦନ୍ତ ସମୟରେ, ଅଭିଯୁକ୍ତ  ସାଦିକୁଲ ଇସଲାମ ଓରଫ ଗାଣ୍ଡୁ ମସଜିଦ୍ କଲୋନିର ଜଣେ ବ୍ୟକ୍ତି ଙ୍କୁ ଛିନତାଇ କରିଥିବା ସୁନା ଚେନ କୁ ଅତି କମ ମୂଲ୍ୟରେ ବିକ୍ରୟ କରିବାକୁ ଚେଷ୍ଠା କରିଥିବା ନେଇ ସୂଚନା ପାଇଥିଲେ । ଆଜି ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପୋଲିସ କର୍ମଚାରୀମାନେ ଅଭିଯୁକ୍ତକୁ ମାଷ୍ଟର କ୍ୟାଣ୍ଟିନ୍ ଛକ କେଶରୀ ହୋଟେଲ ନିକଟରୁ ଗିରଫ କରିଥିଲେ। ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଥିଲେ ଏବଂ ବ୍ୟକ୍ତିଗତ ଲାଭ ପାଇଁ ସୁନା ଚେନ୍ ଛଡ଼ାଇ ନେଇ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ବିକ୍ରି କରି ସମସ୍ତ ଟଙ୍କା କୁ ଖର୍ଚ୍ଚ କରିଦେଇଥିବା ଦର୍ଶାଇଥିଲେ । ପୁଲିସ ତାଙ୍କ ହେପାଜତରୁ ଗୋଟିଏ ନମ୍ବର ପ୍ଲେଟ୍ ବିହୀନ ଲାଲ ରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟି ଏବଂ ଏକ କଳା ରଙ୍ଗର ହେଲମେଟ୍ ଜବତ କରିଥିଲେ ଓ ଅଧିକ ତଦନ୍ତ ପାଇଁ ତାଙ୍କୁ ଥାନା କୁ ଆଣିଥିଲେ।

ଅଭିଯୁକ୍ତ ର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ଜଣାପଡିଛି ଯେ, ସେ ଜଣେ ଅଭ୍ୟାସଗତ ଅପରାଧୀ ଓ ଖାରବେଳନଗର, ଲକ୍ଷ୍ମୀସାଗର, ସହୀଦନଗର ଏବଂ କ୍ୟାପିଟାଲ୍ ଥାନାରେ ଚୋରି, ଛିନତାଇ ଓ ଆକ୍ରମଣ ସମ୍ପର୍କିତ ୧୦ଟି ମାମଲାରେ ସମ୍ପୃକ୍ତ ଅଛନ୍ତି ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

Name & Address of Accused:

  1. Sadikul Islam @ Gandu (23), S/o-Sk Saharam Badsah, At- Masjid Colony, Unit-3, PS- Kharvelnagar, UPD Bhubaneswar, Dist- Khordha.

Article Seized:

  1. One red-coloured Honda Activa scooty (without number plate) and
  2. One black-coloured helmet.

Leave a Comment

Your email address will not be published. Required fields are marked *

Scroll to Top