ସୁନାଚେନ ଛିନତାଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ସଜା

ସୁନାଚେନ ଛିନତାଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ସଜା

Ref: Bharatpur PS Case No.289, dtd.01.07.2023, U/S-392/34 IPC.

ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୫ ର ବିଚାରପତି ଶ୍ରୀମତୀ ଇତିଶ୍ରୀ ମହାପାତ୍ର ୨୦୨୩ ମସିହା ଜୁଲାଇ ମାସରେ ଭରତପୁର ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ସୁନାଚେନ ଲୁଟ ମାମଲାର ବିଚାର କରି ଆସାମୀ ଆୟୁଷ ମୋହନ ତ୍ରିପାଠୀ ଓ ଶିବ ପ୍ରସାଦ ବାରିକଙ୍କୁ ସଜା ଶୁଣାଇଛନ୍ତି ।

ଘଟଣାର ଅନ୍ତରାଳେ:

ଗତ ତା.୩୦.୦୬.୨୦୨୩ ରିଖରେ ଅଭିଯୋଗକାରୀ ଦେବେନ୍ଦ୍ର କୁମାର ଦାସ ଓ ତାଙ୍କ ସ୍ତ୍ରୀ କେ-୭ ବିଡିଏ ସ୍ଥିତ ଘାଟିକିଆ ମଣ୍ଡପ ରେ ହେଉଥିବା ଏକ ବିବାହ ଭୋଜି ରୁ ଫେରୁଥିବା ସମୟରେ କେ-୭ ବିପୁଲ ଗାର୍ଡନ୍ ନିକଟରେ ଅଭିଯୁକ୍ତ ଆୟୁଷ ମୋହନ ତ୍ରିପାଠୀ ଓ ଶିବ ପ୍ରସାଦ ବାରିକ ଏକ ମୋଟରସାଇକେଲ ରେ ଦ୍ରୁତ ବେଗରେ ଆସିଥିଲେ ଓ ତାଙ୍କ ସ୍ତ୍ରୀ ଙ୍କ ବେକରୁ ଏକ ସୁନା ଚେନ ଛିନତାଇ କରି ନେଇ ନାକାଗେଟ ପାର୍ଶ୍ଵକୁ ଚାଲି ଯାଇଥିଲେ । ଏନେଇ ଅଭିଯୋଗକାରୀ ଭରତପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଙ୍କର ଅଭିଯୋଗକୁ ଭିତ୍ତିକରି ଭରତପୁର ଥାନା କେସ ନଂ.-୨୮୯/୨୦୨୩, ଦଫା- ୩୯୨/୩୪ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ମାମଲାର ତଦନ୍ତ ଦାୟିତ୍ୱ ଏସଆଇ ଶ୍ରୀ ଗଙ୍ଗାଧର ରାଉଳଙ୍କୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତକାରୀ ଅଫିସର ଶ୍ରୀ ରାଉଳ ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଆସାମୀ ମାନଙ୍କୁ ଖୁବଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାଲତରେ ଚାର୍ଜ ସିଟ୍ ଦାଖଲ କରିଥିଲେ ।

ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ୮ଜଣ ସାକ୍ଷୀ ଓ ୨୪ଗୋଟି ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆସାମୀ ଆୟୁଷ ମୋହନ ତ୍ରିପାଠୀ ଓ ଶିବ ପ୍ରସାଦ ବାରିକଙ୍କୁ ୧୧ ମାସର ସଶ୍ରମ କାରାଦଣ୍ଡାଦେଶ ସହିତ ୧୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଆସାମୀ ମାନଙ୍କୁ ଅତ୍ୟଧିକ ୨ ମାସର କାରାଦଣ୍ଡାଦେଶ ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀମତୀ ରାଜଲକ୍ଷ୍ମୀ ନାୟକ ଓ ଶ୍ରୀ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିବା ସ୍ଥଳେ ପୂର୍ବରୁ ଏହି ମାମଲାକୁ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର ନିରଞ୍ଜନ ବେହେରା ପରିଚାଳନା କରିଥିଲେ।

ପ୍ରକଶଥାଉକି ତଦନ୍ତ ସମୟରେ ଆଇଓ ଦେଇଥିବା ତଥ୍ୟ ଅନୁଯାଇ, ଏହି ଦଳର ଅନ୍ୟ ଦୁଇଜଣ ସହଯୋଗୀ ପୂର୍ବରୁ ରାସ୍ତାରେ ସୁନାଚେନ ପିନ୍ଧି ଯାଉଥିବା ମହିଳା ମାନଙ୍କୁ ରେକି କରି ଜନସାଧାରଣ ଓ ପୋଲିସ ଉପରେ ନଜର ରଖୁଥିବା ବେଳେ, ଅନ୍ୟ ଦୁଇଜଣ ସୁନା ଚେନ ଛିନତାଇ କରୁଥିବା ତଥା ଆସାମୀ ମାନଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ସମ୍ପର୍କରେ ସବିଶେଷ ତଥ୍ୟ, ମାନ୍ୟବର ଅଦାଲତଙ୍କୁ ଅବଗତ କରିବା ସହିତ ଭୁବନେଶ୍ବରରେ ମୋଟ ୩୭ଜଣ ମହିଳାଙ୍କ ନିକଟରୁ ସୁନା ଚେନଲୁଟ ମାମଲାରେ ସେମାନଙ୍କ ନାମରେ ବିଭିନ୍ନ ଅଦାଲତରେ ଟ୍ରାଏଲ ଚାଲୁଥିବା ନେଇ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ନିଜ ଯୁକ୍ତିରେ ଦର୍ଶାଇଥିଲେ l

ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୯୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଦୋଷୀଙ୍କୁ ସଜା ହୋଇଥିବା ଚଳିତ ବର୍ଷର ଏହା ହେଉଛି ୨୧ ତମ ମାମଲା ।

Accused:

1. Ayush Mohan Tripathy

2. Siba Prasad Barik

Leave a Comment

Your email address will not be published. Required fields are marked *

Scroll to Top