ବାପାଙ୍କ କାର୍ଯ୍ୟରେ ନଆସି ପାପ କରିଛନ୍ତି ନବୀନ
ଆସିଲେନି ନବୀନ ସଭାରୁ କାଢି ନିଆଗଲା ନବୀନଙ୍କ ଚେୟାର
ଚିଠି ଲେଖି ନିମନ୍ତ୍ରଣ କରିଥିଲେ ହେଲେ ମୋହନଙ୍କ ଚିଠିକୁ ହେୟ ମଣି ସଭାକୁ ଆସିବାକୁ ମନ ହେଲାନି ନବୀନଙ୍କର । ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ଆସିଲେ ନାହିଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାକୁ ନେଇ ବିରୋଧୀ ଦଳ ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନେ ନିମନ୍ତ୍ରଣ ସତ୍ତ୍ୱେ ଆସିଲେନି ସେମାନେ ପାପ କରିଛନ୍ତି । ନବୀନ କାର୍ୟ୍ୟୁକ୍ରମକୁ ନଆସି ପାପ କରିଛନ୍ତି ବୋଲି କହିଛନ୍ତି ମୋହନ । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ଏହି ବିଜୁ ଜୟନ୍ତୀ କାର୍ୟୁ ଆୟୋଜିତ ହୋଇଥିଲା । ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ସମାରୋହକୁ ନ ଆସି ନବୀନ ପାପ କରିଛନ୍ତି । ତାଙ୍କୁ ନିମନ୍ତ୍ରଣ କରିଥିଲୁ ସେ ଆସିଥିଲେ ଉତ୍ସବ ପୂର୍ଣ୍ଣାଙ୍ଗ ହୋଇଥାନ୍ତା । ଏହାକୁ ନେଇ ରାଜନୀତି କରିବା କଥା ନୁହେଁ ।ଏହା ସହିତ ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ‘ଗାଁକୁ କାମ ମାକୁ ସମ୍ମାନ କଥା ଉଠାଇ ମଧ୍ୟ ପୂର୍ବ ସରକାର ଉପରେ ଖୁବ ବର୍ଷିଛନ୍ତି ମୋହନ । ସେ କହିଛନ୍ତି, ଯେଉଁମାନେ ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ପ୍ରଚାର କରୁଥିଲେ, ତାହାକୁ ବାସ୍ତବରେ କାର୍ୟ୍ୟହକାରୀ କରିପାରିଲେ ନାହିଁ । ବିଜୁ ବାବୁଙ୍କ ସ୍ବପ୍ନ ପୂରଣ କେବଳ ରାଜନୀତିରେ ରହିଗଲା । ହେଲେ ବିଜେପି ସରକାର ଏହାକୁ ବାସ୍ତବିକତା ରୂପ ଦେବାକୁ ଯାଉଛି । ଓଡ଼ିଶା ପାଇଁ ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ଆମ ସରକାର ପୂରଣ କରିବ ।

ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବରରେ ନବୀନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେବାର ଥିଲା । କିନ୍ତୁ ନବୀନ ନଆସିବାରୁ ଉତ୍ସବରୁ ତାଙ୍କ ଚୌକି କାଢି ନିଆଯାଇଥିଲା । ନବୀନ ଉତ୍ସବକୁ ଆସିନଥିବା ବେଳେ କେବଳ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ । ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ନ ପାଳିବାକୁ ଘୋଷଣା କରିଥିଲେ । କେବଳ ଏହି ଦିନକୁ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ୟ୍ୟ କ୍ରମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟା ଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଦିନରେ ସରକାରୀ ଛୁଟି ମଧ୍ୟ ବାତିଲ କରାଯାଇଥିଲା । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ପ୍ରତିକ୍ରିୟା ।