ରୋଗୀଙ୍କୁ ଭରସା ସିକ୍ୟୁରିଟ ଗାର୍ଡ ! ଡାକ୍ତର ଭଗବାନ ଙ୍କ ତୁଲ୍ୟ ବୋଲି ଲୋକେ କୁହନ୍ତି | କିନ୍ତୁ ସେଇ ଡାକ୍ତର ଯଦି ନିଜ କର୍ତ୍ତବ୍ୟ ରୁ ଓହରି ଯାନ୍ତି ତାଙ୍କୁ ଆପଣ କଣ କହିବେ? ….ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ତିହାଡିସାହି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର । ଏଠାରେ ଜଣେ ଆୟୁଷ ଓ ଏମବିବିଏସ ଡାକ୍ତର ନିଯୁକ୍ତି ପାଇଛନ୍ତି । ଏମାନେ ଏଠାକୁ ପାଳିରେ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନେ ଗାଇ ପାଳି ରଖିଲା ଭଳି ଏଠାକୁ ଆସୁଥିବା କହିଛନ୍ତି ଗ୍ରାମବାସୀ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ରୋଗୀଙ୍କୁ ଭରସା ସିକ୍ୟୁରିଟ ଗାର୍ଡ । ଆଉକେବେ ଏଠାରେ କାର୍ଯ୍ୟରତ ଜନୈକ ଲାବୋରେଟୋରି ଟେକ୍ନସିଆନ ରୋଗୀ ଦେଖୁଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୨ ଘଟିକାରେ ଏହି ଡାକ୍ତରଖାନାରେ କୋଲପ ଝୁଲୁଛି । ଉପରବେଳା ଡାକ୍ତରଖାନା ଖୋଲା ଯାଉ ନ ଥିବା କହିଛନ୍ତି ଗ୍ରାମବାସୀ । ଏହାବାଦ ଏଠାରେ ସ୍ଵାସ୍ଥ୍ୟ ସେବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ । ଏଠାରୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାୟ ୧୩ କିଲୋମିଟର ଦୂରତା । ଜରୁରୀକାଳୀନ ଚିକିତ୍ସା ପାଇଁ ଏଠିକାର ରୋଗୀ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ଡ଼ାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏଥିପ୍ରତି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି । ତେବେ ଏଠିକାର ଥିବା ଏହି ସମସ୍ୟାର ସମାଧାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା ।